କାଲିମେଳାରେ ୧୦ତମ ପଞ୍ଚାୟତ ସମିତି ବୈଠକ: ବିକାଶମୂଳକ ବିଷୟରେ ବ୍ୟାପକ ଆଲୋଚନା
କାଲିମେଳା,(୧୭/୪): ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ସଭାଗୃହରେ ୧୦ତମ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ସୁବାସିନୀ ସୋଡ଼ିଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମଞ୍ଚାସୀନ ଅତିଥି ଭାବେ କାଲିମେଳା ବିଧାୟକଙ୍କ ପ୍ରତିନିଧି ହରବିଲାସ ମଣ୍ଡଳ, ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ଗୋବିନ୍ଦ ସିଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ, ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ଅର୍ପଣା ମଣ୍ଡଳ ଓ ଜୋନ-୨ ସଭ୍ୟ ମମତା ପଡ଼ିଆମୀ ଉପସ୍ଥିତ ଥିଲେ।
ଏହାସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ବୈଠକରେ ଯୋଗଦେଇ ବିଭିନ୍ନ ବିଷୟରେ ମତାମତ ପ୍ରକାଶ କରିଥିଲେ। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯାତାୟାତ, ବୃଦ୍ଧାଭତ୍ତା, ପଶୁପାଳନ, ମୁଖ୍ୟମନ୍ତ୍ରୀ ବସ ସେବା ସହିତ ବ୍ଲକର ବିଭିନ୍ନ ସମସ୍ୟା ଓ ସରକାରଙ୍କ ଲୋକାଭିମୁଖୀ ଯୋଜନା ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ବୈଠକରେ ୨୩ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟମାନେ ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଅଞ୍ଚଳର ଉନ୍ନତି ପାଇଁ ମତ ରଖିଥିଲେ। ବୈଠକକୁ ଜିପିଡିଓ ଜଗନ୍ନାଥ ମଣ୍ଡଳ ଓ ପିଇଓ ଡି.ଏନ. ନାୟକ ସୁଚାରୁ ଭାବେ ପରିଚାଳନା କରିଥିଲେ।