logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

AM/NS India.ltd ର କୋର୍ଟ ନୋଟିସ୍‌ ବିରୋଧରେ କଲେକ୍ଟରଙ୍କ ପାଖରେ ପାଞ୍ଚ ଗ୍ରାମବାସୀଙ୍କ ଆପତ୍ତି ପତ୍ର.

ଓଡିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଜୋନ୍-୨ର ପାବଲିପୁଡା, ବନଗୁରୁ କଲୋନୀ, ଲମ୍ବାସିଂ, ଅଞ୍ଜରଗୁଡା ଓ ବାଙ୍ଗୁରୁପଡା ଗ୍ରାମର କ୍ଷତିଗ୍ରସ୍ତ ଲୋକମାନେ AM/NS India.Ltd. ଦେଇଥିବା କୋର୍ଟ ନୋଟିସ୍‌ ନମ୍ବର ୪୪୯/୨୦୨୬ ବିରୋଧରେ କଲେକ୍ଟରଙ୍କ ପାଖରେ ଆପତ୍ତି ପତ୍ର ପ୍ରଦାନ କରି କ୍ଷତିପୂରଣ, ନିଯୁକ୍ତି ଓ ମୌଳିକ ସୁବିଧା ଦାବି କରିଛନ୍ତି।

ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଏସ୍.ଆର୍. କମ୍ପାନୀ ପକ୍ଷରୁ ଯେ କ୍ଷତିପୂରଣ ଦିଆଯାଇଥିଲା, ସେଥିରେ ସେମାନେ ସନ୍ତୁଷ୍ଟ ନୁହନ୍ତି। ସେମାନଙ୍କ କହିବା ଅନୁସାରେ, କମ୍ପାନୀ 2.5 ମିଟର ଜମି ନେବା କଥା କହିଥିଲେ ମଧ୍ୟ ବାସ୍ତବରେ 20 ମିଟର ପର୍ଯ୍ୟନ୍ତ ଜମି ଚିହ୍ନଟ କରି କାମ କରିବାକୁ ଚାହୁଁଛି, ଯାହାର ଫଳରେ ଅଧିକ ଜମି ପ୍ରଭାବିତ ହେବା ସହ ଗ୍ରାମବାସୀମାନେ ଯଥୋଚିତ କ୍ଷତିପୂରଣରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରୁଛନ୍ତି।

ଆପତ୍ତି ପତ୍ରରେ ଦାବି କରାଯାଇଛି ଯେ, AM/NS India. Ltd. ର କାର୍ଯ୍ୟ ଚାଲିଥିବା ସମୟରେ ପ୍ରତିମାସ କ୍ଷତିପୂରଣ ଦିଆଯାଉ କିମ୍ବା ସ୍ଥାୟୀ ଭାବେ ଏକମୁସ୍ତ ମୋଟା ଅଙ୍କର କ୍ଷତିପୂରଣ ଦିଆଯାଉ। ଏହା ସହ କ୍ଷତିଗ୍ରସ୍ତ ପରିବାରର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ଏବଂ ପ୍ରଭାବିତ ଗ୍ରାମଗୁଡିକରେ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ କରିବାକୁ ମଧ୍ୟ ଦାବି କରାଯାଇଛି।

ଏହି ଆପତ୍ତି ପତ୍ରକୁ ଦମ୍ବୁରୁ ସିସା, ଲକିନାଥ ପାଙ୍ଗି, ଘେନୁ ମୁଦୁଲି, ଭକ୍ତରାମ ସିସା, ହରି ଗୋଲାରି ଓ ଅନ୍ୟାନ୍ୟ ଗ୍ରାମବାସୀ ପକ୍ଷରୁ ଦାଖଲ କରାଯାଇଛି। ଗ୍ରାମବାସୀମାନେ ସରକାରଙ୍କ ମଧ୍ୟସ୍ଥତାରେ ଗ୍ରାମସଭା ମାଧ୍ୟମରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ କଲେକ୍ଟରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

221
10172 views

Comment