logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସିଏମ ଟ୍ରଫିର ଏକାଦଶ ଦିବସ ପି କେ ସ୍ପୋର୍ଟିଂ, କେ ଏମ ହାଇସ୍କୁଲ ମ୍ୟାଚ ଅମୀମାଂଶିତ ଜେଏସଡବ୍ଲୁ ଫାଉଣ୍ଡେସନ ୧୨-୦ ଗୋଲରେ ବିଜୟୀ

ରାଜ୍ୟ ସିଏମ ଟ୍ରଫିର ଏକାଦଶ ଦିବସ
ପି କେ ସ୍ପୋର୍ଟିଂ, କେ ଏମ ହାଇସ୍କୁଲ ମ୍ୟାଚ ଅମୀମାଂଶିତ
ଜେଏସଡବ୍ଲୁ ଫାଉଣ୍ଡେସନ ୧୨-୦ ଗୋଲରେ ବିଜୟୀ

କେନ୍ଦୁଝର - ୨୦/୦୪(ଖଣ୍ଡାଧାର ନିଉଜ) ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାରେ ଦ୍ୱିତୀୟ ସଂସ୍କରଣର ଆଜି ଏକାଦଶ ଦିବସ l ୧୪ ବର୍ଷରୁ କମ ବାଳକ ବିଭାଗ ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ପ୍ରଥମ ଖେଳରେ ପି କେ ସ୍ପୋର୍ଟିଂ, ଆନନ୍ଦପୁର ଏବଂ କେ
ଏମ ହାଇସ୍କୁଲ ନିଉଣ୍ଡି ମଧ୍ୟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳ ତୀବ୍ର ପ୍ରତିଦ୍ବନ୍ଦିତା ମୂଳକ ହୋଇଥିଲେ ସୁଦ୍ଧା ଅନ୍ତିମରେ ଏହା ୨-୨ ଗୋଲରେ ଅମୀମାଂଶିତ ରହିଥିଲା l ପ୍ରଥମ|ର୍ଦ୍ଧ ଖେଳର ୧୨ଟତମ ମିନିଟରେ ପି କେ ସ୍ପୋର୍ଟିଂର ଯଯାତି ନାଏକ ଏକ ଦର୍ଶନୀୟ ଗୋଲ ଜରିଆରେ ଦଳକୁ ଅଗ୍ରଣୀ କରାଇଥିଲେ l ମାତ୍ର ଏହାର ଠିକ ପାଞ୍ଚ ମିନିଟ ପରେ କେ ଏମ ହାଇସ୍କୁଲର ରଘୁନାଥ ମାଝୀ ଗୋଲଟିକୁ ପରିଶୋଧ କରି ଦେଇଥିଲେ l ମଧ୍ୟନ୍ତlରର ୩ମିନିଟ ପୂର୍ବରୁ ପି କେ ସ୍ପୋର୍ଟିଂର ଯଯାତି ନାଏକ ପୁନର୍ବାର ଆଉ ଏକ ଗୋଲ ସ୍କୋରକରିଥିଲେ ମାତ୍ର ୩୪ତମ ମିନିଟରେ କେ ଏମ ହାଇସ୍କୁଲର ରଘୁନାଥ ମାଝୀ ଗୋଲଟିକୁ ପରିଶୋଧ କରିବାରୁ ମ୍ୟାଚ ଅମୀମାଂଶିତ ରହିଥିଲା l ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଖେଳରେ ଜେଏସଡବ୍ଲୁ ଫାଉଣ୍ଡେସନ ମା' ଟାଙ୍ଗରାଣୀପାଟ ଫୁଟବଲ କ୍ଲବ ବିପକ୍ଷରେ ୧୨-୦ ଗୋଲରେ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ଦଳ ପକ୍ଷରୁ ୧୭ ନମ୍ବର ଖେଳାଳି ଅଙ୍କିତ ବେହେରା ଏକାକୀ ୫ଟି ଗୋଲ ସ୍କୋର କରି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଜୟ ବେହେରା ୨ଟି ଏବଂ ଗଙ୍ଗୁରାମ ଗୁଇଆ, ଆୟୁଷ ବେହେରା, ପ୍ରିନ୍ସ ସିଧୁ, କିଷାନ ସିଧୁ, ଓ ଆଶିଷ ନାଏକ ନାଏକ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ l ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ଅତିଥି ବିଶିଷ୍ଠ କ୍ରୀଡ଼ାବିତ ପ୍ରଜ୍ଞ୍ୟାଜିତପୃଷ୍ଟି, ଲିପିକା ନାୟକ, କ୍ରୀଡା ଛାତ୍ରାବlସର ଫିଜିଓ ଚନ୍ଦନ ବେହେରା ଓ ପୂଜା ବେହେରାଙ୍କ ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଆଜିର ପ୍ରଥମ ଖେଳରେ ଦଶମନ୍ତ ଟୁଡୁ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବିଜୟ କୁମାର ମୁଣ୍ଡା ଓ ସନ୍ତୋଷ ମହାକୁଢ଼ l ଚତୁର୍ଥ ରେଫରୀ ଥିଲେ ବେଣୁଧର ମୁଣ୍ଡା l ସେହିପରି ଦ୍ୱିତୀୟ ଖେଳରେ ରାଇମୋହନ ମୁର୍ମୁ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ବିଜୟ କୁମାର ମୁଣ୍ଡା l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
1189 views

Comment