କଳିଙ୍ଗ କୁସୁମ ଫାଉଣ୍ଡେସନର ଚାଷୀମାନେ ପାଳିଲେ ଅକ୍ଷୟ ତୃତୀୟା।
କଳିଙ୍ଗ କୁସୁମ ଫାଉଣ୍ଡେସନର ଚାଷୀମାନେ ପାଳିଲେ ଅକ୍ଷୟ ତୃତୀୟା।
ହରିଚନ୍ଦନପୁର -୨୦/୦୪(ଖଣ୍ଡାଧାର ନିଉଜ) ଅଗ୍ରଣୀ କୃଷି ଭିତ୍ତିକ ଅଣସରକାରୀ ସଂସ୍ଥା କଳିଙ୍ଗ କୁସୁମ ଫାଉଣ୍ଡେସନର ନେତୃତ୍ଵରେ ତଥା ଡେଭ ଫର୍ ଇଣ୍ଡିଆ ଓ ହାର୍ଟମେଟ୍ ସ୍ୱାସ୍ଥ୍ୟ ସେବା ସଂସ୍ଥା ପକ୍ଷରୁ ମିଳିତ ଭାବେ ହରିଚନ୍ଦନପୁର ବ୍ଳକର ନଳପଙ୍ଗା ଗ୍ରାମରେ ସୁସ୍ଥ ଚାଷୀ ସୁସ୍ଥ ଓଡିଶା ଯୋଜନା ଆନୁକୁଲ୍ୟରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଅକ୍ଷିମୁଠି ଅନୁକୂଳ ହେବା ପରେ ଇଞ୍ଜିନିୟର ପ୍ରଶାନ୍ତ କୁମାର ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଳିଙ୍ଗ କୁସୁମ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟୀ ଶ୍ରୀଯୁକ୍ତ ଦିବ୍ୟଚାନ୍ଦ ଶୁକ୍ଳା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପରେଶ ସାହୁ, ବରିଷ୍ଠ କୃଷି ବୈଜ୍ଞାନିକ ପ୍ରଫେସର ଡଃ ସୁକାନ୍ତ କୁମାର ପ୍ରଧାନ, ହାର୍ଟମେଟ୍ ଫାଉଣ୍ଡେସନର ଉପଦେଷ୍ଟା, ରୋଟାରୀ କ୍ଲବର ପୂର୍ବତନ ସଭାପତି ତଥା କେନ୍ଦୁଝରର ପ୍ରସିଦ୍ଧ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା, ହାର୍ଟମେଟ୍ ଫାଉଣ୍ଡେସନର ଅନ୍ୟତମ ଉପଦେଷ୍ଟା ତଥା କେନ୍ଦୁଝର ରେଡକ୍ରସର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଏ ଆର୍ ଖାନ୍, ଡେଭ ଫର୍ ଇଣ୍ଡିଆ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦିବାକର ବେହେରା ଅତିଥିଭାବେ ଯୋଗଦେଇ ଉନ୍ନତମାନର କୃଷି, ଜୈବିକ ସାରର ପ୍ରୟୋଗ, ଚାରା ରୋପଣ, ସବୁଜ ବଳୟ ସୃଷ୍ଟି କରିବା ବିଷୟରେ ଅଲୋଚନା କରିଥିଲେ। ଶ୍ରୀଯୁକ୍ତ ଦଳେଇଙ୍କ ତଥ୍ୟ ଅନୁସାରେ ଅଦ୍ୟାବଧି କଳିଙ୍ଗ କୁସୁମ ଫାଉଣ୍ଡେସନ ତରଫରୁ ସମଗ୍ର ଓଡିଶାରେ ୨୦ଲକ୍ଷ ଫଳ ଓ ବନ୍ୟା ଜାତ ଗଛ ସହିତ ୧୦ ଲକ୍ଷ ହେନ୍ତାଳ-ବଣ ଗଛ ଲଗାସରିଲାଣି l ସେଇଭଳି ଭାବରେ କେବଳ କେନ୍ଦୁଝର ଜିଲାରେ ଦେଢ଼ ଲକ୍ଷ ବିଭିନ୍ନ ଫଳ ଓ ବନ୍ୟ ଜାତ ଗଛ ଲାଗିସାରିଲାଣି l କଳିଙ୍ଗ କୁସୁମ ଫାଉଣ୍ଡେସନର ସମସ୍ତ ଚାଷୀମାନଙ୍କ ସମେତ ଅନ୍ୟାନ୍ୟ ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଳିଙ୍ଗ କୁସୁମ ଫାଉଣ୍ଡେସନ, ଡେଭ ଫର୍ ଇଣ୍ଡିଆ ତଥା ହାର୍ଟମେଟ୍ ଫାଉଣ୍ଡେସନର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।
(କାରକ ମହାନ୍ତି ଙ୍କ ରିପୋର୍ଟ )