logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କବି ଜୟଦେବ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

*କବି ଜୟଦେବ*
ଉତ୍କଳ ରାଇଜେ ଯେତେ କବିଛନ୍ତି
ତୁମ ସମ କେହିନାହିଁ,
ତୁମରି ଆଦର୍ଶ ଯୁଗ ଯୁଗ ଧରି
ରହିଲା ଅମର ହୋଇ I
ଭାବ ଭକତିର ଦେଲ ପରିଚୟ
ପ୍ରଭୁ ଜଗନ୍ନାଥ ପାଇଁ ,
ଅନ୍ତରେ ଅନ୍ତରେ ପ୍ରଭୁଙ୍କର ବାଣୀ
ନିଃସୃତ ହେଉଥାଇ I
ଆନ୍ତର୍ଯ୍ୟାମୀ ପରା ଅନ୍ତରର କଥା
ସବୁ ଜାଣି ପାରୁଥାନ୍ତି,
ତୁମ ମନକଥା ଜାଣିଦେଲେ ପ୍ରଭୁ
ହାତରେ କଲମ ଧରନ୍ତି I
ରସରେ ଭରିଲ ଶ୍ରୀ ଗୀତ ଗୋବିନ୍ଦ
ଛନ୍ଦ ତାଳ ଲୟ ନେଇ ,
ଆଜିବି ଜଗତେ ତୁମ ସମ କିର୍ତ୍ତୀ
ଏ ପର୍ଯ୍ୟନ୍ତ ଲେଖିନାହିଁ I
ସଂସ୍କୃତଭାଷାର ଗୀତ ଗୋବିନ୍ଦଗୋ
ଜଗତରେ ଅଟେ ଖ୍ୟାତ,
ଗୀତ ଗୋବିନ୍ଦ କୁ ନ ଶୁଣିବା ଯାଏ
ପ୍ରଭୁଙ୍କୁ ଆସେନି ନିଦ I
ସବୁ ଦେବଦାସୀ ଗାଇ ଗାଇ ଗୀତ
ରତନବେଦୀ କୁ ନେଇ ,
ମହା ଉଲ୍ଲାସରେ ଝୁମି ଝୁମି ପୁଣି
ଦିଅନ୍ତି ପ୍ରଭୁଙ୍କୁ ଶୁଆଇ I
ଅକ୍ଷୟ ତୃତୀୟା ଜନମ ତୁମର
କିରତୀ ଅଟେ ଅକ୍ଷୟ ,
ଧନ୍ୟ ଜୟଦେବ ଚତୁର୍ଦିଗେ ଶୁଭେ
ଧନ୍ୟ ଜୟଦେବ ଜୟ I

ସୁଭଦ୍ରା ମହାନ୍ତ
କେନ୍ଦୁଝର

ଖଣ୍ଡାଧାର ନିଉଜ।

16
838 views

Comment