logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପବିତ୍ର ଅକ୍ଷୟତୃତୀୟା ରେ ସୁପ୍ରସିଦ୍ଧ ମଲ୍ଲୀପଶି ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ।

ପବିତ୍ର ଅକ୍ଷୟତୃତୀୟା ରେ ସୁପ୍ରସିଦ୍ଧ ମଲ୍ଲୀପଶି ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ।

ପାଟଣା, ଆଜି ତା ୨୦/୦୪/୨୦୨୬ ରିଖ ସୋମବାର ପ୍ରାତଃ ୬ ଘଟିକା ସମୟରେ ମଲ୍ଲୀପଶି ଗ୍ରାମର ଜଗନ୍ନାଥ ମନ୍ଦିରରେ ଯଥା ବିଧି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁଜା ଅର୍ଚ୍ଚନା କରି ସାରିବା ପରେ ରଥ କାଠ ଅନୁକୂଳ ନିମନ୍ତେ ବାଜା, ବାଣ, ଶଙ୍ଖ,ମହୁରୀ ଘଣ୍ଟ ବାଦ୍ୟ ସହିତ ହରିବୋଲ ହୁଳହୁଳି ଶବ୍ଦ ମଧ୍ୟରେ ଶହଶହ ଭକ୍ତ ରଥ କାଠ ଅନୁକୂଳ ନିମନ୍ତେ ମୂଷାଖୋରୀର ମା ବାସୁଳି ଙ୍କ ପୀଠରୁ ଆଜ୍ଞାମାଳ ଆଣିବା ପରେ ମହାପ୍ରଭୁ ଙ୍କ ଆଦ୍ୟ ସେବକ ମହାରାଜ ରବିନାରାୟଣ ସିଂ ଙ୍କୁ ପ୍ରଦାନ କରିଥିଲେ ଉକ୍ତ ମାଳକୁ ଧରି ରଥ ମହାରଣା ଓ ସେବକ ମାନେ ବନ ଗମନ କରି ବୃକ୍ଷ ଦେବ ଙ୍କୁ ଆଜ୍ଞାମାଳ ଦେଇ ପୂଜନ ପରେ ତାହାକୁ ଛେଦନ କରି ରଥଖଳାକୁ ଆଣିବା ସମୟରେ ସେହି ରଥ କାଠକୁ ପ୍ରତି ସାହିର ମା ଭଉଣୀ ମାନେ ବନ୍ଦାପନା କରିବାସହିତ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଜୟ ଜଗନ୍ନାଥ ଧ୍ବନି ରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା ପ୍ରକାଶ ଥାଉ କି ମଲ୍ଲୀପଶି ରଥ ଯାତ୍ରାରେ ତିନିଗୋଟି ରଥ ରେ ରଥ ଯାତ୍ରା ହୋଇଥାଏ ଏବଂ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ରଥ ଦଉଡ଼ି ଧରି ଟାଣି ଥାଆନ୍ତି ଯାହାକି ଏକ ଅନନ୍ୟ ଏଵଂ ସ୍ୱତନ୍ତ୍ର ରଥ ଯାତ୍ରା ଯେଉଁ ଯାତ୍ରା ରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି । ଆଜି ର ଏହି ରଥ ଅନୁକୂଳ କାର୍ଯ୍ୟ କୁ ମନ୍ଦିର ପରିଚାଳନା କମିଟିର ସଭାପତି ପାର୍ଥ ସାରଥୀ ବେଜ୍ ସମ୍ପାଦକ ଭାବଗ୍ରାହୀ ମହାନ୍ତ
ମୂଖ୍ୟ ରଥ ମହାରଣା ସୁଦର୍ଶନ ନାଏକ, ଭାସ୍କର ଦାସ, ହର୍ଷ ସେଠୀ, ସୁରେଶ ଚନ୍ଦ୍ର ନାଏକ, ନବକିଶୋର ରଣା, ଶରତ ବାରିକ, ନିରାକାର ରଣା, ନିରାକାର ନାଏକ, ନେତ୍ରାନନ୍ଦ ନାଏକ, ମନୋରଞ୍ଜନ ମହାନ୍ତ, ରତ୍ନାକର ନାଏକ, ଜଳଧର ରଣା, ବାବୁ ଦାସ ତଥା ଅନ୍ୟ ଭକ୍ତ ମାନେ ଯୋଗ ଦାନ କରି ଏହି ଅଧ୍ୟାତ୍ମିକ କାର୍ଯ୍ୟକୁ ସଫଳ କରି ନିଜକୁ ଧନ୍ୟ ମନେ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

22
715 views

Comment