logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିଙ୍ଗୁଡ଼ିଖୋଲ ଠାରେ କରୋନା କଟକଣା ଭିତରେ ସରିଲା ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା।



ବେଗୁନିଆପଡା।: ଭକ୍ତ ଓ ଭଗବାନଙ୍କ ଭାବ ଓ ଭକ୍ତିର ସମ୍ପର୍କ ରହିଛି । ଏଭଳି ପବିତ୍ର ଦିନ ଗୁଡିକ ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର  ଅନେକ ଆଶା ନେଇ ଅପେକ୍ଷାରତ ଥାଆନ୍ତି ।

ତେବେ କରୋନା ମହାମାରୀ ଭଳି ଏକ ବ୍ୟାଧିରେ ସମସ୍ତେ ଉଣା ଅଧିକେ ଜଡ଼ିତ ହୋଇଥିବା ବେଳେ ସରକାରୀ ନିୟମ ପ୍ରତି ଦୃଷ୍ଟି ଦେଇ ସବୁ କାର୍ଯ୍ୟ ଭକ୍ତଙ୍କ ବିନା

ସମ୍ପନ୍ନ ହେଉଛି ।ଗଞ୍ଜାମ ଜିଲ୍ଲା ବେଗୁନିଆପଡାବ୍ଲକ ସ୍ଥିତ ଚିଙ୍ଗୁଡ଼ିଖୋଲ ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଚଳିତ ବର୍ଷ ବିନା ଭକ୍ତରେ କରୋନା କଟକଣା ଯୋଗୁଁ  ପାରମ୍ପରିକ ପୁଜା ପରେ ମୁଖ୍ୟ ପୂଜ ପରେ ଠାକୁରଙ୍କୁ ସ୍ନାନ କରଯାଇଥିଲା ।

ସ୍ନାନ ପରେ  ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ  କରଯାଇଥିଲା । ଆଖପାଖ ଅଞ୍ଚଳରୁ  ଆସିଥିବା ଭକ୍ତ ଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖକୁ ଯାଇ ନ ପାରି ମନ୍ଦିର ପରିସର ବାହାରେ ଦର୍ଶନ କରି ଜଗତର ଆରାଧ୍ୟ ଦେବତାଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ ରୁଦ୍ଧ ଭରା କଣ୍ଠରେ ।

154
14900 views
4 shares

Comment