ନିରାକାରପୁର ଥାନା ପକ୍ଷରୁ ଜଳଛତ୍ର ଉଦଘାଟନ
ନିରାକାରପୁର ଥାନା ପକ୍ଷରୁ ଜଳଛତ୍ର ଉଦଘାଟନ
ନିରାକାରପୁର,୨୧/୫ : ରାଜ୍ୟରେ ମେ ମାସ ଯେତିକି ଆଗକୁ ଆଗକୁ ଯାଉଛି ପ୍ରଚଣ୍ଡ ରୌଦ୍ରତାପ ସେତିକି ବଢିବା ଜାରି ରହିଛି l ଅନୁରୂପ ଭାବେ ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ଅଂଚଳ ରେ ଏହି ରୌଦ୍ରତାପ ବଳବତ୍ତର ରହିଛି l ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ ହେବ ୩୮-୪୦ ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳିଛି l ମାତ୍ର ଦୁଇ ଦିନ ହେବ ଏହା ୪୨-୪୬ ଡିଗ୍ରୀ ଅନୁଭବ କରାଯାଉଛି l ଯାହା ଫଳରେ ଦିନ ୧୦ ଟା ପରେ ଜନସାଧାରଣ ବାହାରକୁ ବାହାରିବାକୁ ଉଚିତ ମଣୁନାହାନ୍ତି l କିନ୍ତୁ ଜରୁରୀ କାର୍ଯ୍ୟ ଥିବା ଲୋକମାନେ ପ୍ରଚଣ୍ଡ ରୌଦ୍ରତାପ ର ଶିକାର ହେଉଥିବା ଦେଖିବାକୁ ମିଳୁଛି l ବିଶେଷ କରି ନୂଆ ଜଗନ୍ନାଥ ସଡ଼କ ରେ ଯାତ୍ରୀମାନଙ୍କ ତୃସା ସମସ୍ୟା ର ନିରାକରଣ ପାଇଁ ପ୍ରଥମ ଥର ପାଇଁ ନିରାକାରପୁର ଥାନା ପକ୍ଷରୁ ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଙ୍କ ନେତୃତ୍ୱ ରେ ଆଜି ନିରାକାରପୁର ଥାନା ସମ୍ମୁଖରେ ଜଳଛତ୍ର ଉଦଘାଟନ କରାଯାଇଛି l ଏହି ସମୟରେ ନିରାକାରପୁର ସାମ୍ବାଦିକ ସଙ୍ଘ ସଭାପତି ଦୀପକ ପ୍ରଧାନ ଙ୍କ ସମେତ ଥାନାର କର୍ମଚାରୀ ଉପସ୍ଥିତ ଥାଇ ଦହି ପଣା ଯୋଗାଇ ଦିଆଯାଇଥିଲା l ଥାନା ଅଧିକାରୀ ଙ୍କ ଏଭଳି ପ୍ରୟାସ କୁ ଅଂଚଳ ର ବୁଦ୍ଧିଜୀବୀ ଓ ଯାତ୍ରୀ ମହଲରେ ପ୍ରଶଂସା କରାଯାଇଛି l ଏହି କାର୍ଯ୍ୟ ରେ ଏ.ଏସ.ଆଇ ସାବିତ୍ରୀ ଦେଇ , ହାବିଲଦାର ରତ୍ନାକର ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ l ଆଜିଠାରୁ ଠାରୁ ପ୍ରତ୍ୟକ ଦିନ ଥାନା ସମ୍ମୁଖରେ ଜନସାଧାରଣ ଙ୍କ ପାଇଁ ଜଳଛତ୍ର ବ୍ୟବସ୍ଥl ଜାରୀ ରହିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛିl ସୂଚନା ଯୋଗ୍ୟ କି ଦୁଇ ଦିନ ପୂର୍ବରୁ ନିରାକାରପୁର ଲେବୁଲ କ୍ରସିଂ ଠାରେ ଥାନା ପକ୍ଷରୁ ଯାତ୍ରୀ ମାନଙ୍କୁ ବିଶୁଦ୍ଧ ପାଣି ବୋତଲ ମଧ୍ୟ ଯୋଗାଇ ଦିଆଯାଇଥିଲା l