logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଯୁକ୍ତ ଦୁଇ ବିଜ୍ଞାନରେ ଆଶୁତୋଷ ଓ କଳାରେ ଯଶବନ୍ତ ଦାମନଯୋଡ଼ି ଟପ୍ପର

ଦାମନଯୋଡ଼ି,୨୧/୦୫:ବୁଧବାର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା +୨ ପରୀକ୍ଷା ଫଳ ଦାମନଯୋଡ଼ି ପାଇଁ ଉତ୍ସାହ ଜନକ ହୋଇଛି।ମାଥାଲପୁଟ ସ୍ଥିତ ପିଏମଶ୍ରୀ ମାଲୁ ସାଉନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୨୧ନମ୍ବର(୮୬.୩%) ରଖି ଯଶବନ୍ତ ବିଶୋଇ +୨ କଳାରେ ଦାମନଯୋଡ଼ି ଟପ୍ପର ହୋଇଛନ୍ତି। ପିତା ଡମ୍ବରୁଧର ବିଶୋଇ ଓ ମାତା ଉଷାରାଣୀଙ୍କ ସୁପୁତ୍ର ହେଉଛନ୍ତି ଯଶବନ୍ତ।ଏହି ବିଦ୍ୟାଳୟରେ +୨ କଳାରେ ୧୧୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୧୧୭ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୦୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।୧୬ଜଣ ପ୍ରଥମ ଶ୍ରେଣୀ ପାଇଥିବାବେଳେ ୬୧ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୨୪ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିରର +୨କଳା ରେଗୁଲାରରେ ପରୀକ୍ଷା ଦେଇଥିବା ସମସ୍ତ ୧୦୭ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି।ଶତ ପ୍ରତିଶତ ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ରଞ୍ଜନ ଚଲାଣ ୫୦୫ନମ୍ବର(୮୪.୨%) ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ପିତା ରେନ୍ଦୁ ଚଲାଣ ଓ ମାତା ଗୌରୀ ଚଲାଣଙ୍କ ସୁପୁତ୍ର ହେଉଛନ୍ତି ରଞ୍ଜନ।ଏହି ବିଦ୍ୟାମନ୍ଦିରରେ ୨୫ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ,୨୭ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୫୫ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେହିପରି +୨ ବିଜ୍ଞାନ ରେଗୁଲାରରେ ପରୀକ୍ଷା ଦେଇଥିବା ୪୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ର ଆଶୁତୋଷ ବେହେରା ସର୍ବାଧିକ ୭୨.୫ପ୍ରତିଶତ ନମ୍ବର ରଖି ବିଦ୍ୟାମନ୍ଦିରର ଟପ୍ପର ହୋଇଛନ୍ତି।ପିତା ସନ୍ତୋଷ ବେହେରା ଓ ମାତା ସୁଜାତା ବେହେରାଙ୍କ ସୁପୁତ୍ର ହେଉଛନ୍ତି ଆଶୁତୋଷ ।୧୪ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ,୨୩ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୬ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପିଏମଶ୍ରୀ ମାଲୁ ସାଉନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମିରଞ୍ଜନ ସେଠୀ ଓ ସରସ୍ୱତୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ.ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ସହିତ ଦୁଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି କର୍ମକର୍ତ୍ତା କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

57
2900 views

Comment