ଡିପିଏସ ଦ୍ଵାଦଶ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନାଲକୋ କର୍ତ୍ତୃପକ୍ଷ,ଦାମନଯୋଡ଼ି,କୋରାପୁଟ
ଦାମନଯୋଡ଼ି,୨୧/୦୫; ଗତ ୧୩ତାରିଖ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପକ୍ଷରୁ ପ୍ରକାଶ ପାଇଥିବା ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଦାମନଯୋଡ଼ି ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ) ପାଇଁ ବେଶ ଉତ୍ସାହ ଜନକ ହୋଇଛି।ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବୁଧବାର ଅପରାହ୍ନରେ ସ୍କୁଲ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସ୍କୁଲର ପ୍ରୋ ଭାଇସ ଚେୟାରମ୍ୟାନ ଅମରେନ୍ଦ୍ର କୁମାର ମିଶ୍ର,ନିଜ ଧର୍ମପତ୍ନୀ ନିରୂପମା ପଣ୍ଡାଙ୍କ ସହିତ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ଶୁଭ ମନାସିଥିଲେ।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ତଥା ପରିଚାଳନା କମିଟି ସଦସ୍ୟ ସଞ୍ଜୟ ଗୁପ୍ତା,ମୁଖ୍ୟ ମହାପ୍ରବନ୍ଧକ ତଥା ପରିଚାଳନା କମିଟି ସଦସ୍ୟ ସୁଗାତୋ ଆନନ୍ଦ ବାସୁ ଓ ଶ୍ରୀ ବାସୁଙ୍କ ଧର୍ମପତ୍ନୀ ଅମ୍ରିତା ବାସୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ସ୍କୁଲ ଅଧ୍ୟକ୍ଷା ସୁଜାତା ପାଣିଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଦ୍ୱାଦଶ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁବାର ସ୍କୁଲ ପରିସରରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍କୁଲ ପରିସରକୁ ସବୁଜିମା କରିବା ସହିତ ପରିବେଶ ସଚେତନତା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୩୦ଗୋଟି ଆଭୋକାଡୋ ଚାରା ରୋପଣ କରାଯାଇଥିଲା।ଏଥିରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ରଙ୍କ ଧର୍ମପତ୍ନୀ ତଥା ନାଲକୋ ଦାମନଯୋଡ଼ିର ପ୍ରଥମ ମହିଳା ନିରୂପମା ପଣ୍ଡା ମୁଖ୍ୟ ଅତିଥି ରୂପେ ଓ ମୁଖ୍ୟ ମହାପ୍ରବନ୍ଧକ ତଥା ପରିଚାଳନା କମିଟି ସଦସ୍ୟ ସୁଗାତୋ ଆନନ୍ଦ ବାସୁଙ୍କ ଧର୍ମପତ୍ନୀ ଅମ୍ରିତା ବାସୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।କୃତୀ ଛାତ୍ରଛାତ୍ରୀଙ୍କ ପରିବେଶ ସନ୍ତୁଳନର ଏତାଦୃଶ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।