logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆମ ପ୍ରତିଭା ପକ୍ଷରୁ ଗ୍ରୀଷ୍ମ କାଳୀନ କବିତା ଆସର ଓ ସମ୍ବର୍ଦ୍ଧନା ଉତ୍ସବ

ଦାମନଯୋଡ଼ି,୨୫/୦୫:ଦାମନଯୋଡ଼ିର ଅଗ୍ରଣୀ ଶିଶୁ ସାହିତ୍ୟ ପତ୍ରିକା 'ଆମ ପ୍ରତିଭା' ପକ୍ଷରୁ ଏକ ଗ୍ରୀଷ୍ମ କାଳୀନ କବିତା ଆସର ତଥା ସମ୍ବର୍ଦ୍ଧନା ଉତ୍ସବ ନାଲକୋ ଟାଉନସିପ ହନୁମାନ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି।ରବିବାର ଅପରାହ୍ନରେ ଅନୁଷ୍ଠାନର ସଭାପତି ଡ଼ଃ ନଳିନୀ କାନ୍ତ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ କବି କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ। ଡ଼ଃ ଅଶୋକ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସର ଅବସରରେ ନାଲକୋ ପ୍ଲାଣ୍ଟର ଅପରେସନ ବିଭାଗରେ ସୁପରିଣ୍ଟେଣ୍ଡେଣ୍ଟ (ଗ୍ରେଡ ୧) ସୁରେଶ କୁମାର ବୋଷ ଓ ତାଙ୍କ ଧର୍ମପତ୍ନୀ ସ୍ମିତା ବୋଷଙ୍କୁ ଏହି ଅବସରରେ ଫୁଲତୋଡ଼ା,ଶାଲ ଓ ଶ୍ବେତସୁବର୍ଣ୍ଣ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖପତ୍ର 'ମହାପ୍ରସାଦ' ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ମାସ ଅବସର ନେଉଥିବା ଏହି ଆଧ୍ୟାତ୍ମିକବାଦୀ ଶାନ୍ତ,ସରଳ ମଣିଷଙ୍କୁ ସମ୍ବର୍ଦ୍ଧନା ସହିତ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ଯ ନିଜନିଜ ବକ୍ତବ୍ୟରେ ଅବସରକାଳୀନ ଜୀବନ ସରସ,ସୁନ୍ଦର,ନୀରୋଗ,ନିରାମୟ ରହିବା ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ନିଜ ପ୍ରତିକ୍ରିୟାରେ ଶ୍ରୀ ବୋଷ ତାଙ୍କର ୪୦ବର୍ଷର ଚାକିରୀକାଳ ଏହି ନାଲକୋ ଦାମନଯୋଡ଼ି ପ୍ରକଳ୍ପରେ କଟିଛି ଓ ଏଠାକାର ସ୍ମୃତି ଓ ଲୋକଙ୍କ ଭଲପାଇବା ସର୍ବଦା ମନେରହିବ ବୋଲି କହିଥିଲେ।ସମ୍ବର୍ଦ୍ଧନା ସମୟରେ ଶ୍ରୀ ବୋଷଙ୍କ ଏକମାତ୍ର କନ୍ୟା ଶ୍ରଦ୍ଧା ଉପସ୍ଥିତ ଥିଲେ।ନାଲକୋରୁ ଅବସର ପରେ ଭୁବନେଶ୍ୱରରେ ଅବସ୍ଥାନ କରିବେ ବୋଲି ଶ୍ରୀ ବୋଷ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ବିଜୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ଥାନୀୟ ବର୍ଷା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଧର ପରିଡ଼ା,ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ଵର ମହାପାତ୍ର,ସଚେତନ ଭିତ୍ତିକ କବି ଓ ସମାଜସେବୀ ଦେବେନ୍ଦ୍ର ରାଜୁ,ସାମ୍ବାଦିକା ସରୋଜିନୀ ଆଚାର୍ଯ୍ୟ,ଭଜନ ଗାୟିକା ସରୋଜିନୀ ତ୍ରିପାଠୀ,ଗାୟିକା ସ୍ଵେତା ହୋତା,ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀଧର ପାଲ,ବବିତା ପାଲ,ତପସ୍ଵିନୀ ମିଶ୍ର ଓ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

90
1907 views

Comment