ନିରାକାରପୁର ରେ ପଲ୍ଲୀ ରେ ପ୍ରଶାସନ : ୧୬ ଟି ଅଭିଯୋଗ ଗ୍ରହଣ
ଖୋର୍ଦ୍ଧା,୨୫.୫.୨୬(ଏ.ଆଇ.ଏମ.ଏ ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ନିରାକାରପୁର ଗ୍ରାମ ପଞ୍ଚାୟତ ପରିସରରେ ଆଜି ବ୍ଲକ ପ୍ରସାଶନ ପକ୍ଷରୁ ପଲ୍କିରେ ପ୍ରସାଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଟାଙ୍ଗୀ ବ୍ଲକ ଅତିରିକ୍ତ ବିଡ଼ିଓ ରଞ୍ଜନ କୁମାର ସ୍ୱାଇଁ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରସାଶନ ପକ୍ଷରୁ ପ୍ରାୟ ୨୦ ରୁ ଅଧିକ ବିଭାଗ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ବିଭାଗ ର ଅଧିକାରୀ ମାନେ ଆଖପାଖ ଅଳରୁ ଆସିଥିବା ହିତାଧିକାରୀ ମାନଙ୍କୁ ବିଭିନ୍ନ ଯୋଜନା ବିଷୟ ରେ ବୁଝାସୁଝା କରିବା ସହ ଅଭିଯୋଗ କୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରି ଥିଲେ। ଏଥିରେ ପ୍ରାୟ ୧୬ ଅଭିଯୋଗ ଗ୍ରହଣ କରାଯାଇଥିଲା।ଯଥା ରାସନ୍ କାର୍ଡ,ବାର୍ଦ୍ଧକ୍ୟ ଭତ୍ତା, ଘର ପ୍ରଭୃତି ଅଭିଯୋଗ ଗ୍ରହଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକ ସିଡିପିଓ ଶ୍ରୀମତି ଯୋସ୍ନାମୟୀ ପଣ୍ଡା ଉପସ୍ଥିତ ଥିବା ବେଳେ ସମସ୍ତ ବିଭାଗର ଅଧିକାରୀ ଙ୍କ ସହ ବ୍ଲକ ଓ ପଞ୍ଚାୟତ କର୍ମଚାରୀ ମାନେ ସାମିଲ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ଅଧିକାରୀ ସଞ୍ଜୀବ କୁମାର ପାଇକରାୟ ପରିଚାଳନା କରିଥିଲେ।