logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋରାପୁଟରେ ୪ ବର୍ଷର ଶିଶୁ ଅସଦାଚରଣ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

କୋରାପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ ଜଣେ ୪ ବର୍ଷର ଶିଶୁକୁ ଅସଦାଚରଣ କରାଯାଇଥିବା ମାମଲାରେ ପୂର୍ବତନ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ଯୁବ ବିଜେଡି ସଭାପତି ଲଲାଟ ରଂଜନ ସେଠୀ ସ‌ହ ବିଜେଡି କର୍ମକର୍ତ୍ତା, ମହିଳା ବିଜେଡି ଏବଂ ପୀଡିତାଙ୍କ ପରିବାର ସ‌ମେତ ସମ୍ପର୍କୀୟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କୁ ସାକ୍ଷାତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏସପି ଶ୍ରୀ ବର୍ମା କହିଛନ୍ତି ଯେ ଅଭିଯୋଗ ପ୍ରାପ୍ତ ହେବା ପରେ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ୧୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ। ପୂର୍ବତନ ବିଧାୟକ ରଘୁରାମ ପଡାଲ କହିଛନ୍ତି ଯେ ଏହି ସରକାର ସମୟରେ ମହିଳାମାନେ ସୁରକ୍ଷିତ ନଥିଲେ, ବର୍ତ୍ତମାନ ଶିଶୁମାନେ ବି ସୁରକ୍ଷିତ ନୁହନ୍ତି। ପୀଡିତାର ପରିବାର ତଥା ଅନ୍ୟ ଲୋକେ କୋରାପୁଟ ସଦର ଥାନାରେ ଫରିଆଦ ଦେଇଛନ୍ତି ଯେ ୨ ଜଣ ନାବାଳକ ଓ ଜଣେ ଯୁବକ ମିଶି ୪ ବର୍ଷର ଶିଶୁକୁ ଆମ୍ବତୋଟାକୁ ଡାକି ନେଇ ଅସଦାଚରଣ କରିଛନ୍ତି। ପୁଲିସ ଏହାକୁ ଗୁରୁତର ଭାବେ ନେଇ ଗାଁକୁ ଯାଇ ତଦନ୍ତ କରିଛି ଏବଂ କେସ ନଂ ୯୮/୨୬ ରେ ମାମଲା ରୁଜୁ କରାଯାଇଛି।

1
0 views

Comment