୧୨ ତମ ବିବାହ ବାର୍ଷିକ ରେ ୪୮ ତମ ରକ୍ତଦାନ କଲେ ରାଜେଶ।
୧୨ ତମ ବିବାହ ବାର୍ଷିକ ରେ ୪୮ ତମ ରକ୍ତଦାନ କଲେ ରାଜେଶ।
କେନ୍ଦୁଝର- ୩୦/୦୫ (ଖଣ୍ଡାଧାର ନିଉଜ) ରାଜେଶ କୁମାର ରଣା କେନ୍ଦୁଝର ସହର ରେ ଜଣେ ପରିଚିତ ସମାଜସେବୀ ଚେହେରା । ପେଷା ରେ ଜଣେ ବ୍ୟବସାୟୀ, କିନ୍ତୁ ସମାଜସେବା ତାଙ୍କର ନିଶା; ରକ୍ତଦାନ କରିବା ଏବଂ ରକ୍ତ ସଂଗ୍ରହ କରି ଗୁରୁତର ରୋଗୀ ଙ୍କ ନିକଟ ରେ ପହଞ୍ଚାଇବା ତାଙ୍କର ମଣିଷ ପଣିଆ ସେବା ଅଟେ। କେନ୍ଦୁଝର ସହରରେ ଯେଉଁ ନିସ୍ବାର୍ଥପର ସେବା ଯୋଗାଉଥିବା ଅନେକ ରକ୍ତ ସଂଗ୍ରହ କାରୀ ସ୍ବେଚ୍ଛାସେବୀ ଅଛନ୍ତି ତାଙ୍କ ମଧ୍ଯରୁରୁ ରାଜେଶ ଅନ୍ୟତମ। ରାଜେଶ ଏ ପର୍ଯ୍ୟନ୍ତ ୧୫୦୦ ରୁ ଉର୍ଦ୍ଧ୍ବ ଜରୁରୀ କାଳିନ ରକ୍ତ ସଂଗ୍ରହ କରି ଏକ ଅନନ୍ୟ ରେକର୍ଡ ର ଅଧିକାରୀ ହୋଇପାରିଛନ୍ତି। ତାଙ୍କର ଏହି ନିସ୍ବାର୍ଥପର ମହତ୍ବପୂର୍ଣ୍ଣ ସେବା କାର୍ଯ୍ୟ ପାଇଁ ବିଭିନ୍ନ ସଂଗଠନ ତଥା ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି। ରାଜେଶ ଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲ ରେ ପ୍ରଂଶସା କରାଯାଉଛି। (ମନୋଜ ପଟେଲଙ୍କ ରିପୋର୍ଟ)