logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଇକପଡା ବଟେଶ୍ୱର ହାଇସ୍କୁଲ ଠାରେ ୭୨ ତମ ବନ ମହୋତ୍ସବ ପାଳିତ |


ବେଗୁନିଆପଡା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତ ର ପାଇକପଡା ସ୍ଥିତ ଶ୍ରୀ ବଟେଶ୍ୱର ହାଇସ୍କୁଲ ପରିସରରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବି ଜୟସେନ ବିଷୋୟୀ, ସୁମଣ୍ଡଳ ବନ ବିଭାଗ କର୍ମଚାରୀ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ଚାରା ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବଟେଶ୍ୱର ହାଇସ୍କୁଲର ଶିକ୍ଷକ ପ୍ରକାଶ ନାୟକ,ନାରାୟଣ ସାହୁ,ଭାସ୍କର ବିଷୋୟୀ,ସୂର୍ଯ୍ୟନାରାୟଣ ସାହୁ,ବିଷ୍ଣୁ ସ୍ୱାଇଁ,କ୍ଲର୍କ ଜିତେନ୍ଦ୍ର ଗୌଡ଼ ପ୍ରମୁଖ ସ୍କୁଲ ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ l

ବୃକ୍ଷ ହିଁ ଜୀବନ, ବୃକ୍ଷ ଯୋଗୁଁ ହିଁ ଅମ୍ଳଜାନ ଆବଶ୍ୟକ ହୁଏ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ l ଏଥିସହ ପ୍ରତେକ ବର୍ଷ ଅଧିକରୁ ଅଧିକା ଚାରା ରୋପଣ ସହ ବୃକ୍ଷ ରୋପଣ କରିବାକୁ ଆହ୍ବାନ କରିଥିଲେ। ଯାହାଦ୍ୱାରା ଓଡିଶା ସମେତ ସମସ୍ତ ଭାରତ ବର୍ଷ ସବୁଜ କ୍ଷେତ୍ର ହୋଇପାରିବ। ଵୃକ୍ଷରୋପଣ ବଢିବା ଦ୍ୱାରା ମଧ୍ୟ ବାୟୁ ମଣ୍ଡଳରେ ସ୍ତର ଗୁଡିକ ସମତୁଲ ହୋଇ ରହିପାରିବ। ଏହି ଉତ୍ସବରେ ସ୍କୁଲ ଓ ବନ ବିଭାଗର କର୍ମଚାରି ଉପସ୍ଥିତ ଥିଲେ l
 

129
14832 views
2 shares

Comment