logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶୁକରପଡା ଡ଼ାକବଙ୍ଗଳାରେ ମାହାଙ୍ଗା ଗୋପାଳପୁର ପଞ୍ଚାୟତର ମହା ମିଶ୍ରଣ ପର୍ବ।

ମାହାଙ୍ଗା  ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଦଳର କାର୍ଯ୍ୟକଳାପ ରେ ଅତିଷ୍ଠ ହୋଇ ଦଳ ପରିତ୍ଯାଗ କରି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ଉନ୍ନତିମୂଳକ କାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁକରପଡା ଡ଼ାକବଙ୍ଗଳାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦାନ କରିଛନ୍ତି।

ଗୋପାଳପୁର ପଞ୍ଚାୟତ ବିଜୁ ଯୁବ ଜନତା ଦଳ ସଭାପତି ଓ ମାହାଙ୍ଗା ବ୍ଲକର ବିଜୁ ଯୁବ ଜନତା ଦଳର ସଂପାଦକ ଚିନ୍ମୟ ଜେନାଙ୍କ ସାଂଗଠନିକ କାର୍ଯ୍ୟକ୍ରମ ରେ ଏହି ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଗୋପାଳପୁର ର ବିକାଶମୂଳକ କାର୍ଯ୍ୟକ୍ରମ କିପରି ଜାରି ରହିବ ସେ ବାବଦରେ ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଥିଲେ।

120
27475 views

Comment