logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହିଞ୍ଜିଳିରେ ମୁକ୍ତା ଯୋଜନା ଗରିବଙ୍କୁ ରୋଜଗାର ଯୋଗାଇବ ।

ଗଞ୍ଜାମ। ହିଞ୍ଜିଳି ସହରା ଞ୍ଚଳରେ ମନରେଗା ମାଧ୍ୟମରେ ଆଞ୍ଚଳିକ ବାସୀଙ୍କୁ ରୋଜଗାର କ୍ଷମ ପାଇଁ ବିଭିନ୍ନ ପ୍ରକଳ୍ପ କରାଯାଇ ଜନସାଧରଣ ଙ୍କୁ କର୍ମନିଯୁକ୍ତି ଦିଆଯାଉଛି ।

କିନ୍ତୁ ସହରାଞ୍ଚଳ ର ଗରିବ ଜନସାଧାରଣ ଏଥିରେ ଅନ୍ତର୍ଭୁକ୍ତ ନୁହଁନ୍ତି ।ଏହାକୁ ଆଖି ଆଗରେ ରଖି ଓଡ଼ିଶା ସରକାର ମୁକ୍ତା ଯୋଜନା ରେ ସହରାଞ୍ଚଳ ଗରିବଙ୍କୁ ରୋଜଗାର ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରେ ପୌରାଞ୍ଚଳ ଗରିବଙ୍କ ପାଇଁ ୨୬୦ କୋଟି ଟଙ୍କା ର ପ୍ରକଳ୍ପ କାର୍ଯ୍ୟ ଅନୁମୋଦିତ ହୋଇଛି ।

ଉକ୍ତ ପ୍ରକଳ୍ପ ମୁକ୍ତା ଯୋଜନା ମାଧ୍ୟମରେ ଗରିବଙ୍କ ପାଇଁ କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ଆଜି ଏକ ପ୍ରେସ ବିବୃତ୍ତି ରେ ନଗର ସଭାପତି ଭୀମସେନ ବେହେରା ଓ ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ

ପ୍ରକାଶ କରିଛନ୍ତି । ଉକ୍ତ ପ୍ରେସ ବିବୃତ୍ତି ରେ ହିଞ୍ଜିଳି ସହରାଞ୍ଚଳ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଂଜିଳିର ବିଧାୟକ ନବୀନ ପଟ୍ଟନାୟକ ୩ କୋଟି ୩ ଲକ୍ଷ ୬୬ହଜାର ଟଙ୍କା ମୁକ୍ତା ଯୋଜନା ରେ ମଞ୍ଜୁର କରିଥିବାରୁ, ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ବହୁ କର୍ମକର୍ତ୍ତାଙ୍କ ସହ ଅଞ୍ଚଳର ବହୁ ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ମୁକ୍ତା ଯୋଜନା ରେ ହିଞ୍ଜିଳି ପୌରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ମୁଖିଆଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ପ୍ରକଳ୍ପ ପାଇଁ ସମସ୍ତେ କରତାଳି ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ପ୍ରେସ ବିବୃତ୍ତି ସଭାରେ ବିଜେଡ଼ି ଗଞ୍ଜାମ ସାଧାରଣ ସମ୍ପାଦକ ଓ ନଗର ସଭାପତି ଙ୍କ ସହ ବିଜେଡ଼ି ବରିଷ୍ଠ ନଗର ସଭାନେତ୍ରୀ

ବୈଜୟନ୍ତିମାଳା ପଟ୍ଟନାୟକ ସମେତ ବହୁ ମହିଳା ଗୋଷ୍ଠି ,ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା ,ଜିଲ୍ଲା ସମ୍ପାଦକ ପ୍ୟାରୀ ମୋହନ ପାଢ଼ୀ, କିରଣ କୁମାର ପଟ୍ଟନାୟକ, ନୀଳମଣି ପଟ୍ଟନାୟକ, ପୂର୍ବତନ ଉପନଗର ପାଳ ସୁବାସ ଚନ୍ଦ୍ର ପୋଲାଇ, ପୂର୍ବତନ ନଗର ପାଳ ଶିବରାମ ଗୌଡ଼, ଯୁଧିଷ୍ଠିର ସ୍ୱାଇଁ, ଦିଲୀପ କୁମାର ବୈଠାରୁ,ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୌଡ଼,ସମ୍ପାଦକ ଅଜିତ ଗୌଡ଼,ସୁନୀଲ ପଟ୍ଟନାୟକ,ଯୁବ ସଂଗଠକ କାହ୍ନୂ ଚରଣ ଚୌଧୁରୀ, ଜିତୁ ସ୍ୱାଇଁ ଓ କେଶବ ମହାରଣା ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ ।

162
33200 views
9 shares

Comment