logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କ୍ଷତିଗ୍ରସ୍ଥ ଚାଷୀମାନଙ୍କ ଦ୍ଵାରା କ୍ଷତିପୁରଣ ଦାବିରେ ପ୍ରତିବାଦ ।

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଜକର ଗ୍ରାମପଞ୍ଚାୟତର ଗତ ଲଗାଣ ବର୍ଷାରେ କ୍ଷତି ସହିଥିବା ଚାଷୀମାନେ ସରକାରଙ୍କ ନିକଟରେ କ୍ଷତି ପୁରଣ ଦାବିନେଇ ପୋଲସରା ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାର ପ୍ରତାପ ନାୟକ ଏବଂ ବ୍ଲକ କାର୍ଯ୍ୟାଳୟକୁ ଯାଇ ଏବିଡ଼ିଓ ଧର୍ମରାଜ ପରିଡା ଏବଂ ଶେଷରେ କୃଷି ବିଭାଗ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ଉପସ୍ଥିତ କର୍ମଚାରୀଙ୍କୁ ଉଲ୍ଲେଖିତ ଦରଖାସ୍ତ ପ୍ରଦାନ କରିଛନ୍ତି । ଏହି ସମୟରେ ଚାଷୀମାନେ ସାଙ୍ଗରେ ପ୍ରମାଣ ସ୍ବରୂପ ପୋଚକା ଧାନ କଳେଇ ହାତରେ ଧରି ପ୍ରତିବାଦ କରିଥିଲେ ।

134
14988 views

Comment